Odisha Link
Bridging the Missing Links in Odisha

ଆରମ୍ଭ ହେଲା ନୂତନ ସଂସଦ ଭବନର ଭୂମିପୂଜା

ନୂଆଦିଲ୍ଲୀ: ଆରମ୍ଭ ହେଲା ନୂତନ ସଂସଦ ଭବନର ଭୂମି ପୂଜା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ଭବନ ନିର୍ମାଣ ହେବାର ଲକ୍ଷ ରହିଛି। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥି ସାମିଲ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେଇଛନ୍ତି।

ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ହଜାର ୫୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ। ଯାହାର ଆନୁମାନିକ ମୂଲ୍ୟ ୯୭୧କୋଟି ଟଙ୍କା ହେବ। ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ।

ନୂତନ ସଂସଦ ଭବନର ନିର୍ମାଣକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଯଥାକ୍ରମେ ୫ ଅଗଷ୍ଟ ୨୦୧୯ରେ ରାଜ୍ୟସଭା ଓ ଲୋକସଭାରେ ପ୍ରସ୍ତାବ ଦେଇଥିଲେ। ଟାଟା ଗ୍ରୁପ୍ ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ କରିବ।

Comments are closed.