ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦ ଟଙ୍କା ଲୁଟ୍

ପାରାଦୀପ: ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦ ଟଙ୍କା ଲୁଟ୍ କରିନେଲେ ୪ ଜଣ ଦୁର୍ବୃତ୍ତ। ଏହି ଘଟଣାଟି ପାରାଦୀପ ନେହେରୁ ବଙ୍ଗଳା ରାସ୍ତାର ଇନ୍ଦିରା ପାର୍କ ନିକଟରେ ଘଟିଛି।
ସୂଚନାଯୋଗ୍ୟ ଯେ, ପାରାଦୀପ ନେହେରୁ ବଙ୍ଗଳା ରେ ଥିବା ଲାଇସେନ୍ସପ୍ରାପ୍ତ ଏକ ଦେଶୀ ମଦ ଦୋକାନୀର କର୍ମଚାରୀ ସାଇମନ୍ ମାଝି ସମସ୍ତ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ସ୍କୁଟି ଗାଡ଼ି ସାହାଯ୍ୟରେ ଜମା କରିବା ପାଇଁ ବ୍ୟାଙ୍କକୁ ଆସୁଥିଲେ।
ସେହି ସମୟରେ ତାଙ୍କ ଗାଡ଼ି ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଗାଡ଼ି ଅଟକାଇବା ସହିତ ଭୁଜାଲି ଦେଖାଇଥିଲେ। ଆଉ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏ ସଂକ୍ରାନ୍ତରେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ସବୁ ଗାଡ଼ିକୁ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି।