ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତି ମୃତ

ଗଞ୍ଜାମ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାଟି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ଘଟିଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗାଁର ହୀନ ସାମଲ (୬୫) ଓ ବିଷ୍ଣୁ ସାମଲ(୫୫)।
ସୂଚନା ଅନୁସାରେ, ଆଜି ଭୋର୍ ୪ ଘଣ୍ଟା ସମୟରେ ଫୁଲ କୋବି ତୋଳିବା ପାଇଁ ବିଲକୁ ଯାଇଥିବା ବେଳେ ତାଙ୍କ ବିଲରେ ଠିଆ ହୋଇଥିବା ବିଦ୍ୟୁତ ଖୁଣ୍ଟରୁ ଛିଡିଥିବା ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।
ଖବର ପାଇ ପୁଅ ଗୌଡ ସାମଲ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳି ମେଡିକାଲ ନେଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ସକାଳୁ ସକାଳୁ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସମଗ୍ର ହିଂଜିଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାର ସୂଚନା ମିଳିଛି ।
Comments are closed.