ବହୁ ମୁଲ୍ୟର ଗଞ୍ଜେଇ ସହ ୩ଟି ଗାଡ଼ି ଜବତ

କୋରାପୁଟ: ବହୁ ମୁଲ୍ୟର ଗଞ୍ଜେଇ ସହ ୩ଟି ଗାଡ଼ି ଜବତ କରିଛି କୋରାପୁଟ ଜିଲ୍ଲାର ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ସୂଚନା ମିଳିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ପାଡୁଆ ଓ ଲମତାପୁଟ ପୁଲିସ ଏହି ଗଞ୍ଜେଇ ଜବତ କରିଛି। ମିନିଟ୍ରକ, ପିକଅପ ଭ୍ୟାନ ଓ ବୋଲେରୋ ସହ ପ୍ରାୟ ୭୧୭ କେଜି ୬ଶହ ଗ୍ରାମର ଗଞ୍ଜେଇ ଜବତ ହୋଇଛି।
ଗଞ୍ଜେଇ ଗାଡ଼ି ଛାଡ଼ି ଚୋରାଚାଲାଣକାରୀ ଫେରାର ହୋଇ ଯାଇଛନ୍ତି ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।
Comments are closed.