ପାନ ଦୋକାନୀଙ୍କ ନାଁରେ ୧୦୦ କୋଟିର GST ଠକେଇ

ରାଉରକେଲା: ପୁଣି ରାଉରକେଲା ଜିଏସ୍ଟି ଠକେଇ ଅଭିଯୋଗ। ଲକ୍ଷେ ବା ଦୁଇ ଲକ୍ଷ ନୁହେଁ, ୧୦୦ କୋଟି ୯ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ। ପାନ ଦୋକାନୀଙ୍କ ନାଁରେ ୧୦୦ କୋଟିର GST ଠକେଇ ଅଭିଯୋଗ ହୋଇଛି। ଚାଷୀ, ଡେଲିଭରି ବୟ, ମିସ୍ତ୍ରୀଙ୍କ ପରେ ପାନ ଦୋକାନୀକୁ ମୋହରା।
ରାଉରକେଲାର କୋଏଲନଗରରେ ପାନ ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ୧୦୦ କୋଟି ୯ ଲକ୍ଷର ଜିଏସ୍ଟି ଠକେଇ ଅଭିଯୋଗ। କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି। କମ୍ପାନୀ ବିଷୟରେ ଦୋକାନୀ ଜଣକ କିଛି ଜାଣି ନ ଥିବା ବେଳେ ଏତେ ଟଙ୍କାର ନୋଟିସ ଦେଖି ଆଶ୍ଚର୍ଯ୍ୟ।
ଏନେଇ କାର୍ତ୍ତିକ କହିଛନ୍ତି, ମୁଁ ଏକ ପାନ ଓ ପରିବାର ଦୋକାନ କରି ପରିବାର ଚଳାଉଛି। କିଛି ଦିନ ପୂର୍ବେ ଜିଏସ୍ଟି ଅଧିକାରୀ ଆସି ପଚରାଉଚରା କରି ମୋ ନାଁରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ଜଣାଇଥିଲେ। ଏହାପରେ ପୁଣି ଗତକାଲି ଆସି ପଚରାଉଚରା କରିଥିଲେ। କାର୍ତ୍ତିକ କହିଛନ୍ତି, ମୁଁ କାହାକୁ କୌଣସି ଡକ୍ୟୁମେଣ୍ଟ ଦେଇ ନ ଥିବା ବେଳେ ଇଲେକ୍ଟ୍ରି ବିଲ୍କୁ ନେଇ କେହି ଏପରି କାରସାଦି କରିଥିବା ଅନୁମାନ କରୁଛି।