Odisha Link
Bridging the Missing Links in Odisha

ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ

ଅନୁଗୁଳ: ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ। ବିସ୍କୁଟ୍‌ ଦେବା ଆଳରେ ଜଣେ ନାବାଳିକାକୁ ନଦୀ ପଠାକୁ ଡାକି ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଘୃଣ୍ୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଦିଲେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଗତକାଲି ୧୦ ବର୍ଷର ନାବାଳିକା ଜଣକ ଘର ଆଗରେ ବୁଲୁଥିଲା। ବିସ୍କୁଟ ଦେବା ବାହାନାରେ ଦିଲେଶ୍ୱର ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କୁ ବ୍ରାହ୍ମଣୀ ନଦୀ ପଠାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା ଘରକୁ ଆସି ନିଜ ମାଈଙ୍କୁ ସବୁ କଥା କହିଥିଲେ। ଏହି କଥା ଜାଣିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ଦିଲେଶ୍ୱରକୁ କାବୁ କହି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରେଙ୍ଗାଲି ଥାନା ପୁଲିସ ରାତିରେ ଗାଁକୁ ଯାଇ ଅଭିଯୁକ୍ତ ଦିଲେଶ୍ୱରଙ୍କୁ ଉଦ୍ଧାର କରିଥିଲା।

Comments are closed.