Odisha Link
Bridging the Missing Links in Odisha

ନୂଆ ଲୁକରେ ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ତାଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ କାର୍ତ୍ତିକଙ୍କୁ ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟରେ ଦେଖିବାକୁ ମିଳିଛି। ତେବେ ତାଙ୍କର ଏହି ଲୁକଟି ଅପକମିଂସିନେମା ‘ଧମାକା’ର।

ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଲେଖିଛନ୍ତି, ଅର୍ଜୁନ ପାଠକକୁ ଦେଖନ୍ତୁ #Dhamaka. ତାଙ୍କ ଆଉଟଫିଟରେ TRTV ବ୍ୟାଚ ଲାଗିଛି ଏବଂ ସାର୍ଟରେ ନାଲି ରଙ୍ଗ ଛିଟା ପଡିଛି।

ଡିସେମ୍ବର ୧୨ ତାରିଖରେ କାର୍ତିକ ସିନେମା ସୁଟିଂ ଆରମ୍ଭ କରିଛନ୍ତି। ସୋସିଆଲ ମିଡ଼ିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଇନଷ୍ଟାଗ୍ରାମ ସେ ଲେଖିଥିଲେ, ‘ଶୁରୁ କରେ ଧମାକା ଲେକେ ପ୍ରଭୁ କା ନାମ’।

ସିନେମାର କାହାଣୀ ମୁମ୍ବାଇ ଉପରେ ଆଧାରିତ ହୋଇଛି। ସିନେମାତେ କାର୍ତ୍ତିକ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ। ସିନେମାଟିକୁ ରାମ ମାଘବାନୀ ନିର୍ଦ୍ଦେଶନା ଦେଉଛନ୍ତି ଓ ଏହା ଆସନ୍ତା ବର୍ଷ ରିଲିଜ ହେବ।

Comments are closed.