Odisha Link
Bridging the Missing Links in Odisha

୪୬ଲିଟର ଚୋରା ରନ୍ଧା ମଦ ଜବତ, ୪ ଗିରଫ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଆଜି ଅବକାରୀ ବିଭାଗ ବାଙ୍କୀ ଥାନା ଅଧିନ ଶିମିଳିପୁର, କରବର, ଭଗିପୁର ଓ ଅରପୁର ଗ୍ରାମ ଉପରେ ଚଢାଉ କରି ପ୍ରାୟ ୪୬ଲିଟର ବେଆଇନ ଚୋରା ରନ୍ଧା ମଦ ଜବତ୍‍ କରିଛି।

ଏଥିସହ ୪ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଶିମିଳିପୁର ଗ୍ରାମର ଭରତ ନାୟକଙ୍କଠାରୁ ୮ଲିଟର, କରବର ଗ୍ରାମରୁ ଉତ୍ତମ ଦେହୁରୀଠାରୁ ୧୨ଲିଟର, ଭଗିପୁର ଗ୍ରାମର ହୃଦାନନ୍ଦ ସାହୁଙ୍କଠାରୁ ୨୦ଲିଟର ଓ ଅରପୁର ଗ୍ରାମର ପ୍ରସନ୍ନ ସେଠୀଙ୍କଠାରୁ ୬ଲିଟର ମଦ ଜବତ୍‍ ହେବା ସହ ସମସ୍ତଙ୍କର କୋଭିଡ୍‍ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

ଏହି ଚଢାଉରେ ଅବକାରୀ ଅଧିକାରୀ ଟେଲେସଫର ଲାକ୍ରା, ଏଏସଆଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ବିଶ୍ୱନାଥ ସୋରେନ ଓ ଗୀତାଞ୍ଜଳୀ ବେହେରା ସାମିଲ ଥିବା ସୂଚନା ମିଳିଛି।

Comments are closed.