Odisha Link
Bridging the Missing Links in Odisha

ପରଲୋକରେ କଂଗ୍ରେସ ନେତା ମୋତି ଲାଲ ଭୋରା

ନୂଆଦିଲ୍ଲୀ: କଂଗ୍ରେସ ନେତା ମୋତି ଲାଲ ଭୋରାଙ୍କ ପରଲୋକ। ଆଜି ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତକାଲି ମୋତି ଲାଲ ନିଜ ଜନ୍ମଦିନ ପାଳନ କରିଥିଲେ।

ସେ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ପରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସ ପତାକାକୁ ଅର୍ଧନିମିତ କରାଯାଇଛି।

ରାହୁଲ ଗାନ୍ଧୀ ଟ୍ୱିଟ କରି ବୋରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ବୋରା ଜଣେ ପ୍ରକୃତ କଂଗ୍ରେସ କର୍ମୀ ଏବଂ ଜଣେ ଭଲ ମଣିଷ।

Congress

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି କହିଛନ୍ତି, କଂଗ୍ରେସର ପ୍ରତ୍ୟେକ ନେତା, କର୍ମୀ ମୋତିଲାଲଙ୍କ ବିୟୋଗରେ ଦୁଃଖିତ।

Comments are closed.