Odisha Link
Bridging the Missing Links in Odisha

ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଲୋକ ଅସୁସ୍ଥ

କୁଚିଣ୍ଡା: ବିଷାକ୍ତ ଦହି ଖାଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି।ଗୁରତର ଅବସ୍ଥାରେ ସେମାନଙ୍କୁ କନ୍ତରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ, ଲୁନ୍ଦୁରୁଡିହ, ଗୋଷାଇପଡା ଆଦି ଗାଁର ଲୋକେ ଗୋଟିଏ ସ୍ଥାନରୁ ହିଁ ଦହି କିଣି ଖାଇଥିଲେ।

ଏହାପରେ ଗାଁର ୨୦ ଜଣ ଲୋକଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସମସ୍ତଙ୍କୁ ଝାଡାବାନ୍ତି ହେବା ସହ ଗୁରୁତର ହୋଇଥିଲେ । ଏହାପରେ ସେମାନଙ୍କୁ ପ୍ରଥମେ କନ୍ତରା ଡାକ୍ତରଖାନା ଓ ପରେ ଆମ୍ବୁଲାନ୍ସ ଯୋଗେ କୁସୁମୀ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ମହୁଲପାଲି ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.