Odisha Link
Bridging the Missing Links in Odisha

ଶୀତରୁ ନାହିଁ ନିସ୍ତାର, ୪ ଦିନ ଯାଏଁ ଜାଡ଼ରେ ଥରିବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆହୁରି ୪ ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ଅନୁଭୂତ ହେବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ରାତିର ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିବ। ରାତିର ତାପମାତ୍ରା କମିଯିବା ସହ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ କୁହୁଡ଼ିର ମାତ୍ରା ଅଧିକ ପରିଲକ୍ଷିତ ହେବ। ଏଥିସହ ଦିନର ସର୍ବାଧିକ ଏବଂ ରାତିର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୮ ଓ ୧୩ ଡିଗ୍ରି ସେଲସିୟସ୍‌ ରହିବାର ସମ୍ଭାବନା ଅଛି ବୋଲି କହିଛି ପାଣିପାଗ ବିଭାଗ।

ଗତକାଲି ରାଜ୍ୟର ସର୍ବାଧିକ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ସେଲସିୟସ୍‌ ଗୋପାଳପୁରରେ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା‌ ରେକର୍ଡ କରାଯାଇଥିଲା।। ସେହିପରି ୧୦ ଡ଼ିଗ୍ରି ତଳେ ୧୨ ସହରରେ ପାରଦ ରହିଥିବା ବେଳେ କଟକରେ ୧୧ ଡ଼ିଗ୍ରି ଏବଂ ଭୁବନେଶ୍ୱର ଠାରେ ୧୨.୪ଡ଼ିଗ୍ରି ରାତ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡା, ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି।

Comments are closed.