Odisha Link
Bridging the Missing Links in Odisha

ଗିରଫ ହେଲେ ଅଙ୍ଗନୱାଡ଼ି କର୍ମୀ ସଂଧ୍ୟାରାଣୀ

ପୁରୀ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅଙ୍ଗନୱାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି ।  ଏବେ ସୁଦ୍ଧା  ଭିଜିଲାନ୍ସ ତାଙ୍କର ୧ କୋଟି ୧୪ ଲକ୍ଷ ୨୮ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ପ୍ରଭାତ ମିଶ୍ରଙ୍କ ପତ୍ନୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ସଂଧ୍ୟାରାଣୀ ଏବେ ପୁରୀ ବାଶେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କର୍ମୀ ଅଛନ୍ତି।

ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ବାପାଙ୍କ ଘରେ, ବାଶେଳୀସାହିର ମାଛ ମାର୍କେଟ ନିକଟରେ ଥିବା ତତାଙ୍କର ଏକ ଆଜବେଷ୍ଟ୍ ଘରେ, ପୁରୀ ସଦର ଥାନା ଅଞ୍ଚଳରେ ଥିବା ତାଙ୍କର ଆଉ ଏକ ଆଜବେଷ୍ଟ୍ ଘରେ, ବାଶେଳୀସାହିର ଲୋକନାଥ ରୋଡ୍ର ହାତୀଶାଳରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବିଲ୍ଡିଂରେ, ହାତୀଶାଳରେ ଥିବା ତାଙ୍କ ଶଶୁର ଘରେ, ପୁରୀର ଦେଲେୱାରେରେ ଥିବା ତାଙ୍କ ସ୍ବାମୀଙ୍କ ଅଫିସ୍ରେ ଓ ବାଶେଳୀ ସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ସବୁ ଚଢ଼ାଉ କରିଥିବା ଜାଣିବାକୁ ମିଳିଥିଲା।

Comments are closed.