ପୁଣି ଫେରିଲା କଣ୍ଟେନ୍ମେଣ୍ଟ କଟକଣା

ନିଆଳି: ରାଜ୍ୟରେ କରୋନା ସଂଖ୍ୟା କମି ଥିବା ବେଳେ ପୁଣି ଫେରିଛି କଣ୍ଟେନ୍ମେଣ୍ଟ କଟକଣା। କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ଏହି ଗାଁକୁ କଟକ ଉପଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
ନୂଆସାହି ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳଙ୍କ ପୂରା ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।