Odisha Link
Bridging the Missing Links in Odisha

ହେମଦସ୍ତା ପୁଆରେ ଆଈକୁ ଛେଚି ହତ୍ୟା କଲା ନାତୁଣୀ

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀ ହେମଦସ୍ତା ପୁଆରେ ନିଜ ଆଈକୁ ହତ୍ୟା କରିଥିବା ସୂଚନାମିଳିଛି । ନାତୁଣୀ ଜଣଙ୍କ ନାବାଳିକା ଅଟନ୍ତି। ଏହି ଘଟଣାଟି ଘରୋଇ କଳିକୁ କେନ୍ଦ୍ର କରି ହୋଇଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗାଁର ଶଶୀ ଦାସଙ୍କ ସହ ତାଙ୍କ ନାବାଳିକା ନାତୁଣୀ ରହୁଥିଲେ। ଅଧିକାଂଶ ସମୟରେ ଆଈ ଓ ନାତୁଣୀଙ୍କ ମଧ୍ୟ ଝଗଡା ଲାଗୁଥିଲା। ଶୁକ୍ରବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ଦୁଇ ଜଣ ଗୋଟିଏ ରୁମରେ ଶୋଇଥିଲେ। ପ୍ରାୟ ଭୋର ସମୟରେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ। ପରିବାର ଲୋକେ ଉଠି ଯାଇ ଦେଖିଥିଲେ ଯେ ବୃଦ୍ଧା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି।

ଏହା ପରେ ପରିବାରଲୋକ ପୁଲିସକୁ ଖବର ଦେଇଥିଲେ। ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ନାବାଳିକାଙ୍କୁ ଅଟକ ରଖିଛି। ତେବେ ନାବାଳିକା ଜଣକ ହେମଦସ୍ତା ପୁଆରେ ଆଈକୁ ପିଟି ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି। ଅଧିକ ତଦନ୍ତ ପାଇଁ ଫୋରେନସିକ୍ ଟିମ୍ ଆସୁଥିବାରୁ ମୃତଦେହ ଥିବା ଘରକୁ ସିଲ୍ କରାଯାଇଛି।

Comments are closed.