Odisha Link
Bridging the Missing Links in Odisha

ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ପିସି କାରବାର ଅଭିଯୋଗ ଆଣିଲେ ସମିତି ସଭ୍ୟା

ଧର୍ମଗଡ: କୋକସରା ବ୍ଲକ୍ ଅଧ୍ୟକ୍ଷା ସବ୍ୟାରାଣୀ ବାଗଙ୍କ ବିରୋଧରେ ଅଭିଯୋଗ ଆଣିଲେ ସମିତି ସଭ୍ୟା ମାଧୁରୀ ନିଆଲ। ସେ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତିର ସ୍କ୍ରିନିଂ କମିଟି ଗଠନ ପାଇଁ ଏକ ଜରୁରୀକାଳୀନ ବୈଠକ ଚାଲିଥିବା ବେଳେ ଅଭିଯୋଗ ଆଣି ଥିଲେ ।

ସୂଚନାଅନୁସାରେ,ବ୍ଲକ୍ ଅଧ୍ୟକ୍ଷା ୧୦ରୁ ୧୫ପ୍ରତିଶତ ପିସି ଦାବି କରୁଛନ୍ତି ନ ହେଲେ କୌଣସି ଫାଇଲରେ ଦସ୍ତଖତ କରୁନାହାନ୍ତି । ଏହାକୁ ନେଇ ବ୍ଲକ୍ ଅଧକ୍ଷା ଓ ସମିତି ସଭ୍ୟାଙ୍କ ମଧ୍ୟରେ ବୈଠକରେ ତୁତୁ ମେମେ ହୋଇ ପାଟି ତୁଣ୍ଡ ହୋଇଥିଲା । ଏପରିକି ମହିଳା ସମିତି ସଭ୍ୟା ଜଣଙ୍କ ବୈଠକରେ ଅନେକ ହୋହଲ୍ଲା କରିଥିଲେ ।

ବ୍ଲକ୍ ଅଧ୍ୟକ୍ଷା ସବ୍ୟରାଣୀ ବାଗ କହିଛନ୍ତି, ଉଭୟେ କଂଗ୍ରେସ ଦଳର । ନିଜ ଦଳ ଭିତରେ ହିଁ ତାଙ୍କ ବିପକ୍ଷରେ ବଦନାମ ପାଇଁ ଷଡଯନ୍ତ୍ର କରାଯାଉଥିବା ଏବଂ ବିନା ପ୍ରମାଣରେ ବଦନାମ କରିବା ପାଇଁ ଏପରି ଚକ୍ରାନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି ।

Comments are closed.