Odisha Link
Bridging the Missing Links in Odisha

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍

ଭୁବନେଶ୍ୱର: ଜାନୁଆରୀ ୧୨ରୁ ଉଡ଼ିବ ସ୍ପାଇସ୍‌ଜେଟ୍। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍‌ ବିମାନ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଟ୍ୱିଟ୍ କରି ବିଭାଗ ଏହି ଘୋଷଣା କରିଛି।

ବିଭାଗ ପକ୍ଷରୁ ଟ୍ୱିଟ୍‌ରେ କୁହାଯାଇଛି ଯେ, ଏହା ପଶ୍ଚିମ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ। ତା’ସହିତ ଏହି ଅଞ୍ଚଳବାସୀଙ୍କ ସ୍ୱପ୍ନକୁ ପୂରଣ କରିବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ଘୋଷଣା କରାଯିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଉଷା ପାଢ଼ୀ ମଧ୍ୟ ଏନେଇ ଟ୍ୱିଟ୍ କରିଥିଲେ। ସେ ଟ୍ୱିଟ୍‌ କରି ସ୍ପାଇସ୍‌ଜେଟ୍‌ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.