୨ ଦିନପରେ ମିଳିଲା ବିର୍ଜୁଙ୍କ ଠିକଣା

ରାଉରକେଲା: ନିଖୋଜ ବିର୍ଜୁଙ୍କୁ ତାଳଚେର ବଜାରରେ ବୁଲୁଥିବା ସମୟରେ ଉଦ୍ଧାର କଲା ପୁଲିସ। ପୁଲିସର ସ୍ୱତନ୍ତ୍ର ସହାୟତାରେ ତାଙ୍କୁ ସୁନ୍ଦରଗଡ଼ ଅଣାଯାଉଛି। ସୂଚନା ଅନୁସାରେ, ରବିବାର ରାତି ୧ଟା କୁଆଡ଼େ ଚାଲିଥିବା ପରିବାର ଲୋକେ କହିଥିଲେ।
ବିର୍ଜୁ କୁଲୁ ନିଖୋଜ ପରେ ଭଉଣୀ ବେର୍ଣ୍ଣାଦେତ କୁଲୁ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ନିଖୋଜର ୨ ଦିନ ପରେ ବିର୍ଜୁକୁ ଉଦ୍ଧାର କରିଛି ପୁଲିସ ।
ପ୍ରକାଶ ଯେ, ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଜେଲରେ ଦିନ କାଟିଥିବା ବିର୍ଜୁ ଜନ୍ମମାଟିକୁ ଫେରିଥିଲେ। ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ସେ ମୁକୁଳିଥିଲେ। ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ନଭେମ୍ବର ୧୩ ତାରିଖରେ ବିର୍ଜୁ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନ ଜଙ୍ଗରପଡା ଗାଁରେ ପାଦ ଥାପିଥିଲେ।