Odisha Link
Bridging the Missing Links in Odisha

ସ୍କୁଲ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ବିଏମସିର ବୈଠକ ଶେଷ ହୋଇଛି। ବୈଠକ ପରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ବିଏମସି ପକ୍ଷରୁ ହେଲପ ଲାଇନ୍‌ ନମ୍ବର ଲାଇନ୍ ଖୋଲାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଏହି ନମ୍ବରରେ ଯୋଗାଯୋଗ କରିପାରିବେ।

ଏଥିସହ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପାଇଁ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି। ହଷ୍ଟେଲ ଗୁଡିକରେ ମଧ୍ୟ ଏସଓପି ପାଳନ କରିବାକୁ କୁହାଯାଇଛି। ନିୟମିତ ବ୍ୟବଧାନରେ ତଦାରଖ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

Comments are closed.