Odisha Link
Bridging the Missing Links in Odisha

ଗୁଗୁଲ ପେ’ ନାଁରେ ଠକେଇ, ଲିଙ୍କ୍ ଖୋଲୁ ଖୋଲୁ ଆକାଉଣ୍ଟରୁ ଟଙ୍କା ଗାଏବ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢିପାରେ ଲାଗିଛି। ଏହାର ଶିକାର ହେଉଛନ୍ତି ବହୁଲୋକ। ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସାଇବର ଠକ ଲୁଟୁଛନ୍ତି ଟଙ୍କା। ଗୁଗୁଲ ପେ’ ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଗୁଲ ପେ’ ନାଁରେ ଲଟିଛନ୍ତି ୫୩ ହଜାର ଟଙ୍କା।

ସୂଚନା ମୁତାବକ, ଭୁବନେଶ୍ୱରର ରାମଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଫୋନ କଲ ଆସିିଥିଲା। ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ। ଏଥିରେ ଗୁୁଗୁଲ ପେ କଷ୍ଟମର କେୟାରନାମ ଦେଖାଇଥିଲା। ରାମଚନ୍ଦ୍ର ଫୋନ ଉଠାଇବା ପରେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆପଣଙ୍କୁ ୪ ହଜାର ଟଙ୍କାର ରିୱାର୍ଡ ପଏଣ୍ଟ ମିଳିଛି । ତେବେ ଏଥିପାଇଁ ଏକ ଲିଙ୍କକୁ କ୍ଲିକ କରିବାକୁ ପଡିବ।

ରାମଚନ୍ଦ୍ର ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେକୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ। ଲିଙ୍କ୍ ଉପରେ କ୍ଲିକ୍‌ କରୁ କରୁ ହଠାତ୍‌ ରାମଚନ୍ଦ୍ରଙ୍କ ଫୋନ ହ୍ୟାଙ୍ଗ ହୋଇଯାଇଥିଲା ଏବଂ ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଯାଇଥିଲା ୫୩ ହଜାର ଟଙ୍କା। ତା’ପରେ ରାମଚନ୍ଦ୍ର ଠକେଇ ସମ୍ପର୍କରେ ଜାଣିପାରିଥିଲେ। ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Comments are closed.