Odisha Link
Bridging the Missing Links in Odisha

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ। ବିମାନବନ୍ଦରରେ ଚେକିଂ ବେଳେ ଜଣେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ଜନତ ବନ୍ଧୁକର କୌଣସି କାଗଜପତ୍ର ନଥିଲା ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର କରାଯାଇଛି।

ଯୁବକ ଜଣଙ୍କ ପୁରୀ କୃଷ୍ଣପ୍ରସାଦର ରାମଚନ୍ଦ୍ର ପ୍ରଧାନ ବୋଲି ଜଣା ପଡ଼ିଛି। ବର୍ତ୍ତମାନ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବିମାନବନ୍ଦରରେ ସେ ଚେକ ଇନ ମଧ୍ୟ କରି ସାରିଥିଲେ। ତେବେ ବ୍ୟାଗେଜ କାଉଣ୍ଟରରେ ଚେକିଂ ବେଳେ ତାଙ୍କ ବ୍ୟାଗରେ ଏକ ବନ୍ଧୁକ ରହିଥିବା ଜଣା ପଡ଼ିଥିଲା।

ବିମାନ ବନ୍ଦର ଅଧିକାରୀ ଯୁବକଙ୍କୁ ବନ୍ଧୁକ ନେଇ ପ୍ରମାଣ ପତ୍ର ଦେଖାଇବାକୁ କହିଥିଲେ। ହେଲେ ବନ୍ଧୁକ ନେଇ ଯୁବକଙ୍କ ପାଖରେ କୌଣସି କାଗଜପତ୍ର ନଥିଲା। ଯୁବକଙ୍କୁ ଅଟକ ରଖି ତାଙ୍କ ପାଖକୁ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ଜାରି ରହିଛି।

Comments are closed.