Odisha Link
Bridging the Missing Links in Odisha

ଆଜିଠୁ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲା

କଟକ: ଆଜିଠୁ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲା। କୋଭିଡ୍ ଗାଇଡ ଲାଇନ ମୁତାବକ ଖୋଲିବ ସବୁ ମନ୍ଦିର। ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏସଓପି ଜାରି କରିଛି ସିଏମସି ପ୍ରଶାସନ। ବିଜ୍ଞପ୍ତି ମୁତାବକ ଟୋକନ୍ ଵ୍ୟଵସ୍ଥା ଜରିଆରେ ଧର୍ମାନୁଷ୍ଠାନରେ ପ୍ରଵେଶ କରିଵେ ଭକ୍ତ। କୌଣସି ରୋଗରେ ଆକ୍ରାନ୍ତ ଥିଲେ ଭକ୍ତଙ୍କୂ ଧର୍ମାନୁଷ୍ଠାନ ନଆସିଵାକୁ ପରାମର୍ଶ ଦିଆଯାଇଛି।

ସେହିପରି ୬୫ଵର୍ଷରୁ ଅଧିକ ଵୟସ୍କ ଵ୍ୟକ୍ତି ଧର୍ମାନୁଷ୍ଠାନ ନଆସିଵାକୁ ମଧ୍ୟ ପରାମର୍ଶ ଦେଇଛି ସିଏମ୍ସି ପ୍ରଶାସନ। ସିଏମ୍ସି ଦ୍ଵାରା ଜାରି ହୋଇଥିବା ଏସଓପି କିପରି କଡାକଡି ଭାବେ ପାଳନ କରାଯିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଧ୍ୟାନ ଦେବ।

ସେହିପରି ମନ୍ଦିର ଭିତରକୁ ଏକକାଳୀନ ୨ ଜଣ ଭକ୍ତ ପ୍ରବେଶ କରିବେ ଏବଂ ଭକ୍ତ ଓ ସେବାୟତଙ୍କ ଭିତରେ ମଧ୍ୟ ଦୂରତା ବଜାୟ ରଖିବାକୁ ସିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Comments are closed.