Odisha Link
Bridging the Missing Links in Odisha

ପିକ୍‌ନିକ୍ ଗାଡ଼ି ଦୁର୍ଘଟଣାରେ ୧ ମୃତ,୪ ଆହାତ

ଟାଙ୍ଗୀ: ପିକ୍‌ନିକ୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ। ଏହି ଅଭାବନୀୟ ଘଟଣାଟି ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ଘଟିଛି। ଏହି ଦୁର୍ଘଟଣାଟେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ, ତାଙ୍କ ବୟସ ୫୨ ବର୍ଷ। ଆହତ ଚାରିଜଣ ହେଲେ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ।

ସୂଚନା ଅନୁସାରେ , ପୁଲିସ ଟ୍ରେନିଂ ସ୍କୁଲ( ନୟାଗଡ )ର ଦୁଇ ଜଣ କର୍ମଚାରୀ ନିଜ ପରିବାର ସହ ଚିଲିକା ଭ୍ରମଣ ପାଇଁ ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ।

ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକ ଏବଂ ପୁଲିସ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି।