Odisha Link
Bridging the Missing Links in Odisha

କୋଏଲ ନଦୀରେ ବୁଡ଼ି ୨ ନିଖୋଜ

ରାଉରକେଲା : ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ। ଏହି ଅଭାନାୟ ଘଟଣାଟି ରାଉରକେଲା କୋଏଲ ନଦୀରେ ଘଟିଛି। ଓଡ୍ରାଫ ସହ ବିଶ୍ରା ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ, ରାଉରକେଲା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ପିକନିକ କରିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୨ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଜଣେ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ପୁଣି ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଉଦ୍ଧାର ହୋଇଥିବା ସାଙ୍ଗ ଜଣଙ୍କ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେମାନଙ୍କୁ ମଧ୍ୟରୁ ବହୁକଷ୍ଟରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡିଛି। ଚର୍ଚ୍ଚାକୁ ଆସିଥିଲା।

Comments are closed.