Odisha Link
Bridging the Missing Links in Odisha

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମଞ୍ଚେଶ୍ବରରେ ଥିବା ଏକ ମୋଟର ପାର୍ଟ ଓ ଲୁବ୍ରିକାଣ୍ଟ ଦୋକାନରେ ନିଆଁ ଲାଗିଛି।

ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ମୋଟର ପାର୍ଟଗୁଡ଼ିକ ଜଳି ପୋଡି ପାଉଁଶ ହୋଇଯାଇଛି।  ନିଆଁ ଲିଭାଇ କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ହୋଇଛି। ନିଆଁ କିପରି ଲାଗିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.