ରବିବାର ଦିନ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ରବିବାର ଦିନ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ମନ୍ଦିର ସାନିଟାଇଜ କରିବାକୁ ଦର୍ଶନ ବନ୍ଦ ରଖିବାକୁ ନୁଷ୍ପତ୍ତି ନିଆଯାଇଛି। ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଦେଇଛନ୍ତି।
ତେବେ ଆସନ୍ତା ୨୧ରୁ ଆଉ ଲୋଡ଼ା ନାହିଁ କରୋନା ନେଗେଟିଭ ରିପୋର୍ଟ।ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ । ୭ଟା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ଅନ୍ୟ ସମୟରେ ପୁରୀ ସହରବାସୀ ଚାହିଁଲେ ଧାଡିରେ ଆସି ଦର୍ଶନ କରିପାରିବେ।
ଏ ସମସ୍ତ ନିୟମ ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏଁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କିନ୍ତୁ ପୂର୍ବଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ଅନୁମତି ମିଳିନାହିଁ।
Comments are closed.