Odisha Link
Bridging the Missing Links in Odisha

ତେଲ ସନ୍ଧାନ ବେଳେ ବିସ୍ଫୋରଣ

କୋଣାର୍କ: ଗୋପ ବ୍ଲକ ଆମ୍ବିଳି ଗାଁରେ ଭୂତଳ ତୈଳ ସର୍ଭେ ବେଳେ ଘର ଫାଟ ହୋଇଥିବା ଅଭିଯୋଗ ହୋଇଛି। ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  କ୍ଷତିପୂରଣ ଦାବିରେ ସର୍ଭେ କାମରେ ଲାଗିଥିବା କିଛି ଗାଡ଼ି ଓ ଜଣେ କର୍ମଚାରୀଙ୍କୁ ରଖିଛନ୍ତି ଗ୍ରାମବାସୀ।

ସୂଚନା ଅନୁଯାୟୀ, ଅଏଲ ଇଣ୍ଡିଆ ପକ୍ଷରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର ,କୋଣାର୍କ ,ଗୋପ ଅଞ୍ଚଳରେ ଭୂତଳରେ ଥିବା ପ୍ରାକୃତିକ ଇନ୍ଧନର ସନ୍ଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ତେବେ ଅଏଲ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲଫା ଜିଓ ଇଣ୍ଡିଆ ଲିମିଟେଡ ନାମକ ଏକ ସର୍ଭେ ସଂସ୍ଥା ଦ୍ଵାରା ବୋରିଙ୍ଗ କରାଯାଇ ଗର୍ତ୍ତ ମଧ୍ୟରେ ଡିନାମାଇଟ ବ୍ଳାଷ୍ଟିଙ୍ଗ କରାଯାଇଥିଲା। ଏହି ସମୟରେ ଗୋପ ବ୍ଲକ ଆମ୍ବିଳିଗାଁରେ ବିଭିନ୍ନ ଲୋକଙ୍କ ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଘଟଣା ସ୍ଥଳରେ କୋଣାର୍କ ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି । ଜନବସତି ଠାରୁ ମାତ୍ର 100 ମିଟର ମଧ୍ୟରେ ଏକାଧିକ ବ୍ଳାଷ୍ଟିଙ୍ଗ କରିବା ଦ୍ଵାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Comments are closed.