Odisha Link
Bridging the Missing Links in Odisha

କନ୍ୟା ସନ୍ତାନର ଜନକ ହେଲେ ବିରୁଷ୍କା

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପିତାମାତା ହୋଇଛନ୍ତି। ଅନୁଷ୍କା ଏକ ଝିଅ ଜନ୍ମ ଦେଇଛନ୍ତି।

ଦୀର୍ଘ ଦିନ ଧରି ବିରୁଷ୍କା ସେମାନଙ୍କର ପ୍ରଥମ ସନ୍ତାନକୁ ଅପେକ୍ଷା କରିଥିଲେ। ବିରାଟ କୋହଲି ତାଙ୍କ ସନ୍ତାନର ଜନ୍ମ ପୂର୍ବରୁ ଅଷ୍ଟ୍ରେଲିଆରୁ ଭାରତ ଫେରି ଆସିଥିଲେ।

ବିରାଟ କୋହଲି ଏହି ଖୁସି ଖବର ତାଙ୍କ ଟ୍ୱିଟରରେ ସେୟାର କରି ଲେଖିଛନ୍ତି ଯେ ଆଜି ଅପରାହ୍ନରେ ଆମର ଏକ ଝିଅ ହୋଇଛି।ଉଭୟ ଅନୁଷ୍କା ଏବଂ ଆମ ଝିିଅ ସଂପୂର୍ଣ୍ଣ ଭଲ ଅଛନ୍ତି।

୧୧ ଡିସେମ୍ବର ୨୦୧୭ ରେ ସେମାନେ ବିବାହ କରିଥିଲେ ଓ ଆଜି ୧୧ ଜାନୁଆରୀରେ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି ବିରୁଷ୍କା। ୨୦୨୦ ମସିହା ଅଗଷ୍ଟ ମାସରେ ଅନୁଷ୍କା ଗର୍ଭବତୀ ଥିବା ଘୋଷଣା କରିଥିଲେ। ତେବେ ନବଜାତକକୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ କୋଭିଡ୍‌-କିଡ୍‌ ଓ୍ଵାର୍ଡକୁ ପଠାଯିବ।

Comments are closed.