Odisha Link
Bridging the Missing Links in Odisha

ପରିବାର ନୁହେଁ, କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶସାର ଆମ୍ଭ ହେବ କରୋନା ଟିକାକରଣ। ଏହି ଟିକାକରଣରେ ଓଡ଼ିଶା ମଧ୍ୟ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ମାତ୍ର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରିବାରକୁ ମିଳିବନି ଟିକା।

ଏନେଇ ସ୍ପଷ୍ଟ କଲେ ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ଡ଼ାକ୍ତର ପଣ୍ଡା କହିଛନ୍ତି ଯେ, କରୋନା ଟିକା ଦିଆଯାଇ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ ରଖାଯିବ। ପରେ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଯିବ। କରୋନା ଟିକା ନିରାପଦ ଓ ଫଳପ୍ରଦ। ଟିକା ନେବା ଇଚ୍ଛାଧୀନ। ଏହା ବାଧ୍ୟତାମୂଳକ ନୁହେଁ।

ଯେଉଁମାନେ ଟିକା ନେବେ, ତା’ର ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ ନେବ। ଟିକା ପାଇଁ ପଂଜୀକରଣ ଜରୁରୀ। ପଂଜୀକରଣ କଲେ ମେସେଜ ଆସିବ। ମୋବାଇଲରେ କେଉଁଠି, କେଉଁଦିନ ଟିକା ଦିଆଯିବ ସେହି ମେସେଜ ଆସିବ। ଆବଶ୍ୟକ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇହେବ।

Comments are closed.