Odisha Link
Bridging the Missing Links in Odisha

ବେଆଇନ ବାଲି ଚୋରା ଚାଲାଣ, ୬ ଅଟକ

ସୋର: ଚୋରା ବାଲି ଚାଲାଣ ୬ଟି ଟ୍ରକକୁ ଜବତ କଲା ସୋର ପୁଲିସ। ୬ ଜଣ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ରବିବାର ରାତିରେ ବେଆଇନ ଭାବେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ୬ଟି ବାଲି ଟ୍ରକକୁ ଅଟକାଇଲା ସୋର ପୋଲିସ।

ଟ୍ରକ୍ ଅଟକାଇବା ସହ କାଗଜ ପତ୍ର ଯାଞ୍ଚ କରିଥିଲେ । ମାତ୍ର ଟ୍ରକ୍ ଗୁଡିକ ପରମିଟ୍ ନଥାଇ ବେଆଇନ ଭାବେ ବାଲି ଚାଲାଣ କରୁଥିବାରୁ ୬ଟି ଟ୍ରକକୁ ଜବତ କରିଛି ପୋଲିସ । ଏହାସହ ୬ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।

Comments are closed.