Odisha Link
Bridging the Missing Links in Odisha

ଭୁବନେଶ୍ବରରେ ମାରି ଗଞ୍ଜାମରେ ପିଙ୍ଗିଲେ!

ଭୁବନେଶ୍ୱର: ବାଲେଶ୍ବରର ଯୁବତୀକୁ ଭୁବନେଶ୍ବରରେ ହତ୍ୟା କରାଯାଇଛି। ଭୁବନେଶ୍ବରରେ ହତ୍ୟା କରି ଗଞ୍ଜାମ ଜିଲ୍ଲାରେ ଫିଙ୍ଗିଦେଲେ ଦମ୍ପତ୍ତି। ଏହି ଘଟଣାରେ ଗଞ୍ଜାମ ପୋଲିସ ଦମ୍ପତ୍ତିଙ୍କୁ ଗିରଫ କରିଛି।

ପ୍ରକାଶ ଯେ, ଦମ୍ପତ୍ତି ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟା କରି ଗଞ୍ଜାମରେ ଫିଙ୍ଗିଦେଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ନିକଟ ଭୁଷଣ୍ଡପାଳ ଗାଁ ରାସ୍ତାରୁ ଯୁବତୀଙ୍କ ମୃତଦେହ ମିଳିଛି। ଯୁବତୀଙ୍କ ଘର ବାଲେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ଭୁବନେଶ୍ୱରରେ। ପରେ ମୃତଦେହକୁ ବହୁଦୂରରେ ଫିଙ୍ଗିବା ଘଟଣାକୁ ନେଇ ନାନା ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି।

Comments are closed.