Odisha Link
Bridging the Missing Links in Odisha

ଅର୍ଜୁନ ରାମପାଲଙ୍କ ଭଉଣୀଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: ବଲିଉଡ଼ର ଆଉ ଜଣେ ଅଭିନେତାଙ୍କ ଭଉଣୀଙ୍କୁ ସମନ ଜାରି କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ବଲିଉଡ୍ ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ପଚରା ଉଚରା ପାଇଁ ଏହି ସମନ ଜାରି କରାଯାଇଛି।

ଏହା ପୂର୍ବରୁ ମଧ୍ୟ ଏନ୍‌ସିବି କୋମଲ ରାମପାଲଙ୍କୁ ସମନ ଜାରି କରିଥିଲା କିନ୍ତୁ ସେ ହାଜର ହୋଇ ନ ଥିଲେ । ସେ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଜର ହୋଇ ନ ପାରିବେ ବୋଲି କହିଥିଲେ। ଏବେ ପୁଣିଥରେ କୋମଲଙ୍କ ନାଁରେ ସମନ ପଠାଇଛି ଏନସିବି।

ସୂଚନା ଅନୁସାରେ, ଏହା ପୂର୍ବରୁ ବି ଅର୍ଜୁନ ରାମପାଳଙ୍କୁ ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ଏନ୍‌ସିବି ଦୁଇଥର ଡାକିଥିଲା। କେବଳ ସେତିକି ନୁହେଁ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ସରିଛି। ଗତ ନଭେମ୍ବରରେ ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଇଥିଲା ।

Comments are closed.