Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା: ୧ ମୃତ, ୪ ଗୁରୁତର

ସାଲେପୁର: ନିଶ୍ଚିନ୍ତ କୋଇଲି ଥାନା କଟିକଟା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟିପ୍ପର ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ଜଣେ ରୋଗୀଙ୍କୁ ନେଇ ଏକ କାର୍‌ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆସୁଥିଲା। ଭୋରରୁ କାର୍‌ଟି କଟିକଟା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟିପ୍ପରଟି ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଟିପ୍ପରରେ ପିଟି ହୋଇ କିଛି ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।

ମୃତ ନାବାଳିକା ଜଣକ ହେଲେ ସରିତା ମଲ୍ଲିକ(୧୭)। ଏହି ଦୁର୍ଘଟଣାରେ ଗୁରୁତର ମାନେ ହେଲେ ଦେବାଶିଷ ମହାନ୍ତି, ବାବାଜି ମଲ୍ଲିକ, ବିଶ୍ୱଜିତ ମଲ୍ଲିକ ଓ ସନ୍ଧ୍ୟାରାଣୀ ମଲ୍ଲିକ।ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଟିପ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥାବେ ବେଳେ ପୁଲିସ୍‌ ଗାଡ଼ିକୁ ଜବତ କରି ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.