ବୟସ୍କ ଓ ହାଇରିକ୍ସ ଜୋନ୍ରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ମିଳିବ ଟିକା

ଭୁବନେଶ୍ୱର : ଓଡିଶା ଆସୁଛି କୋଭିସିଲ୍ଡ ଟିକା। ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ। ପରେ ଆଉ ୨୦ ହଜାର କୋଭାକ୍ସିନ୍ ଖୁବଶୀଘ୍ର ଆସି ପହଞ୍ଚିବ।
ପୂର୍ବନିର୍ଦ୍ଦାରିତ ସୂଚୀଅନୁସାରେ ଆସନ୍ତା ୧୬ରେ ରାଜ୍ୟରେ ଚିହ୍ନଟ ହୋଇଥିବା ସ୍ଥାନରେ ଟିକା ଦାନର ବ୍ୟବସ୍ଥା କରାଯିବ ।ଏହାପରେ ଆସନ୍ତା ୨୫ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ କରାଯିବ।