Odisha Link
Bridging the Missing Links in Odisha

ଝିଅର ନାମ କରଣ କଲେ ବିରୁଷ୍କା

ମୁମ୍ବାଇ: ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି ବିରୁଷ୍କା। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ କହିଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ୍‌ ଲେଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ତେବେ ବିରୁଷ୍କା ତାଙ୍କ ଝିଅର ନାମକରଣ କରିଛନ୍ତି । ଅନେକ ପ୍ରଶଂସକ ତାଙ୍କ ଝିଅର ନାମ ଜାଣିବା ପାଇଁ ଚାହିଁ ବସିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ ଏବଂ ଅନୁଷ୍କା ଝିଅର ନାମ ଅନ୍‌ଭି ରଖିଛନ୍ତି। ଏହି ନାମ ଅନୁଷ୍କାଙ୍କ ପ୍ରଥମ ଅକ୍ଷର ଏଏନ୍‌ ଏବଂ ବିରାଟଙ୍କ ଭିଆଇକୁ ମିଶାଇ ରଖାଯାଇଛି। ଅନ୍‌ଭି ହିନ୍ଦୁ ଧର୍ମର ଏକ ଦେବୀଙ୍କ ନାମ। ଦେଶର ଅନେକ ସ୍ଥାନରେ ମା’ ଲକ୍ଷ୍ମୀ ଅନ୍‌ଭି ନାମରେ ପରିଚିତ। ଅନ୍‌ଭିକୁ ଜଙ୍ଗଲର ଦେବୀ ମଧ୍ୟ କୁହାଯାଏ।

ତେବେ, ବିରାଟଙ୍କ ବଡ଼ ଭାଇ ବିକାଶ କୋହଲି ପ୍ରଶଂସକ ଉଦ୍ଦେଶ୍ୟରେ ତାଙ୍କ ଝିଆରୀର ପାଦର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଛି। ବିକାଶ ସେୟାର୍‌ କରିଥିବା ଫଟୋରେ ବିରାଟଙ୍କ ଝିଅର ପାଦ ଏକ କମଳରେ ଗୁଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି ଘରେ ପରୀର ପ୍ରବେଶ। ଏହା ବ୍ୟତୀତ ସେ ଫଟୋରେ ସ୍ବାଗତମ ବୋଲି ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟ୍‌ରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ବିରାଟଙ୍କୁ ବାପା ହେବା ପାଇଁ ଓ ବିକାଶଙ୍କୁ ବଡ଼ବାପା ହୋଇଥିବା କାରଣରୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, କୋହଲି ଏବଂ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ। ଗତ ଅଗଷ୍ଟରେ ଉଭୟ ମାତାପିତା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସମୟ ଦେବା ପାଇଁ ବିରାଟ ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ପଳାଇ ଆସିଥିଲେ।

Comments are closed.