Odisha Link
Bridging the Missing Links in Odisha

ଡିସେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ ସର୍ବାଗ୍ରେ ଜିଓ: ଟ୍ରାଇ

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୨ ମେଗାବିଟ୍ (ଏମ୍‌ବିପିଏସ୍‌) ସ୍ପିଡ୍ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି ।

ଡିସେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି।

ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି। ଡିସେମ୍ବର ମାସରେ ଭୋଡାଫୋନ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୯.୮ ଏମ୍‌ବିପିଏସ୍ ରେକର୍ଡ କରାଯାଇଥିବାବେଳେ ତାହା ପଛକୁ ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଯଥାକ୍ରମେ ୮.୯ ଏମ୍‌ବିପିଏସ୍ ଏବଂ ୭.୮ ଏମ୍‌ବିପିଏସ୍ ରହିଥିଲା ।

Comments are closed.