Odisha Link
Bridging the Missing Links in Odisha

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

ବାଲିପାଟଣା : ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ସଂଖ୍ୟା ବଢିରେ ଲାଗିଛି। ଜଣେ ମହିଳା ମନ୍ଦିରକୁ ଯିବା ସମୟରେ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା । ଏହି ଘଟଣାଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁରରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଆଜି ସଂକ୍ରାନ୍ତି ଥିବାରୁ ଅମ୍ବିକା ସାହୁ ଗ୍ରାମ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ନିଜ ଛୋଟ ପୁଅକୁ ସାଙ୍ଗରେ ଯାଇଥିଲେ। ସେହି ସମୟରେ ଏକ ବାଇକ୍ ରେ ଦୁଇ ଜଣ ଲୁଟେରା ଆସି ଅମ୍ବିକାଙ୍କ ବେକକୁ ଚିପି ଧରି ଥିଲେ ।

ଏହା ପରେ ମହିଳାଙ୍କ ଶିଶୁପୁତ୍ରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ସେ କିଛି ଭାବିବା ଆଗରୁ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ଲୁଟେରା। କିନ୍ତୁ ସେହି ସମୟରେ ସିସିଟିଭିରେ ଲୁଟେରାମାନଙ୍କର ଭିଜୁଆଲ ରେକର୍ଡ ହୋଇଛି ।ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.