Odisha Link
Bridging the Missing Links in Odisha

ଇଞ୍ଜିନିୟର ବୋହୂ ମଦ ବେପାରୀ!

ଭଦ୍ରକ: ରାଜ୍ୟରେ ଅନେକ ସ୍ଥାନରେ ମଦ ବିରୋଧୀ ଆନ୍ଦୋଳନ ହେଉଛି। ଆନ୍ଦୋଳନର ମୂଖ୍ୟ ପୁରୋଧା ହେଉଛନ୍ତି ମହିଳା। ଅଧିକାଂଶ ସ୍ଥାନରେ ମଦକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଉଛନ୍ତି। କେଉଁଠି ମଦ ଦୋକାନ ଜାଳି ଦେଉଛନ୍ତି ତ ଆଉ କେଉଁଠି ଭାଙ୍ଗୁଛନ୍ତି। ସବୁଠି ମଦକୁ ମହିଳା ବିରୋଧ କରୁଥିବା ବେଳେ ଭଦ୍ରକରୁ ଆସିଛି ଆଶ୍ଚର୍ଯ୍ୟ କଲାଭଳି ଖବର।

ମଦ ବେପାର କରୁଥିବା ଇଞ୍ଜିନିୟର ବୋହୂ ସହ ଶାଶୂଙ୍କୁ ଗିରଫ କରିଛି ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଲା ପଞ୍ଚାୟତର ଘୁଷୁରୀ ପୋଖରୀ ଗାଁରେ ପୋଲିସ୍ ରେଡ୍ କରିଥିଲା। ରେଡ୍ ବେଳେ ମଦ ତିଆରି ସରଞ୍ଜାମ ଜବତ କରିଛି ପୋଲିସ। ସିଭିଲ୍ ଇଞ୍ଜିନିୟର ବୋହୂ ସହ ଶାଶୂ ଦେଶୀ ମଦ କାରଖାନା ଚଳାଇଥିଲେ। ସେଠାରୁ ପୋଲିସ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ, ନଗଦ ଏକ ଲକ୍ଷ ଟଙ୍କା ସହ ୨ଟି ଗାଡ଼ିକୁ ମଧ୍ୟ ଜବତ କରିଛି।

ମଦ ବେପାର କରୁଥିବା ଶାଶୂ, ବୋହୂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ। ଶାଶୂ, ବୋହୂ କାହା ସହାୟତାରେ ଦେଶୀ ମଦ କାରଖାନା ଖୋଲି ବ୍ୟବସାୟ କରୁଥିଲେ ତାର ଖୋଳତାଡ଼ କରୁଛି ପୋଲିସ। ଦୈନିକ ଏଠାରେ ଲକ୍ଷାଧିକ ଟଙ୍କାର ମଦ ବିକ୍ରି ହେଉଥିବା ଜଣାପଡ଼ିଛି। ଶିକ୍ଷିତ ବୋହୂର ମଦ ବେପାର ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.