ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ସୀତା ମହାକୁଡ଼।
ସୂଚନା ଅନୁସାରେ, ସୀତା ଦୁଇବର୍ଷ ତଳେ ବିଶୋଇ ଥାନା ମଝିଗାଁରେ ବିବାହ କରିଥିଲେ। ସ୍ୱାମୀ ତାଙ୍କୁ ସବୁବେଳେ ମାରପିଟ କରୁଥିବା ଅଭିଯୋଗ କରି ଆସୁଥିଲେ ସୀତା। ଦୁଇଦିନ ତଳେ ବାପଘରକୁ ଫୋନ ମାଧ୍ୟମରେ ମାଡ଼ ସହି ହେଉନି ବୋଲି ସେ ଅଭିଯୋଗ କରିଥିଲେ।
ସ୍ୱାମୀ ଅଭିଳାଷ ମହାକୁଡ଼ ତାଙ୍କ ସ୍ତ୍ରୀ ଘରେ କବାଟ ଲଗାଇ ଆତ୍ମହତ୍ୟା କରିଥିବା ଓ ସେ ଘରର ଆଜବେଷ୍ଟସ ଭାଙ୍ଗି ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିବା ପେୁଲିସ ଆଗରେ କହିଛନ୍ତି। ପୋଲିସ ଅଭିଳାଷଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଦଳ ଆସୁଥିବା ନେଇ ସୂଚନା ମିଳିଛି।