Odisha Link
Bridging the Missing Links in Odisha

ପୋଲ ଭୁଶୁଡ଼ିବା ଘଟଣା: ଗିରଫ ହେଲେ ସହକାରୀ ଯନ୍ତ୍ରୀ

ନବରଙ୍ଗପୁର: ଉମରକୋଟ ତାଲାପଦର ଗାଁ ନିକଟରେ ନିର୍ମାଣାଧିନ ପୋଲ ଭୁଶୁଡ଼ିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହରଣ କରାଯାଇଛି। ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କୁ ଗିରଫ କଲା ପୋଲିସ । ଅସିତଙ୍କୁ ଆଜି ନବରଙ୍ଗପୁର ପୋଲିସ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି।

ଗତ ୧୦ ତାରିଖ ସନ୍ଧ୍ୟାରେ ଉମରକୋଟ ତାଲାପଦରରେ କାମ ଚାଲିଥିବା ବେଳେ ବିଜୁ ସେତୁ ଭୁଶୁଡ଼ି ପଡ଼ିଥିଲା। ଏଥିରେ ମହେନ୍ଦ୍ର ମାଳି ନାମକ ଜଣେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା। ଏଥିସହ ସୁନାବେଡ଼ା ଏସଇ ଏବଂ ଇଆଇସି ସୁରେଶ ମିଶ୍ର ବ୍ରିଜ୍ କେମିତି ଭୁଶୁଡ଼ିଲା ତାର ତଦନ୍ତ କରିଥିଲେ।

ଠିକାଦାର ଆଶିଷ ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କ ନାଁରେ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ସେବେଠାରୁ ତିନିଜଣ ଗିରଫ ଭୟରେ ଫେରାର ଥିଲେ। ଆଜି ନଗର ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ପୋଲିସ ରାୟଗଡ଼ାର ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିବା ନେଇ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି।

Comments are closed.