Odisha Link
Bridging the Missing Links in Odisha

କାଲିଠୁ ପୁଣି ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଟିକାକରଣ ପୁଣି ହେବ । ଆହୁରି ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା। କରୋନା ବିରୋଧୀ ଟିକାକରଣ ନେଇ ପ୍ରତକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ବିଜୟ କହିଛନ୍ତି ଯେ, ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା କରାଯିବ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ୨ଟି ସେସନରେ ଟିକାକରଣ କରାଯିବ। ସବୁ ଟିକା କରଣ କେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦିଆଯିବ। ୫ଜଣ ବଦଳରେ ୬ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ। କିନ୍ତୁ ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ସୁରୁଖୁରରେ ଟିକାକରଣ ହୋଇଛି। ୧୩ ହଜାର ୯୮୦ ଲୋକଙ୍କୁ ଟିକା ଦିଆଯାଇଛି। ୮୫ ପ୍ରତିଶତ ଟିକା କରଣ ହୋଇଛି। ୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଂଟ ହୋଇଛି। ଢ଼େଙ୍କନାଳ, ସାଲେପୁର ଓ ରାୟଗଡ଼ାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା।

Comments are closed.