Odisha Link
Bridging the Missing Links in Odisha

ଉଷୁନା ଚାଉଳ ନେଉନି କେନ୍ଦ୍ର: ବିଜେଡି

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେଉନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଆଉ ୩୦ ଲକ୍ଷ ମେଟ୍ରିକ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରହିଛି। ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରିଛନ୍ତି। ଏଯାଏଁ କେନ୍ଦ୍ର ୬ ହଜାର ୪୦ କୋଟି ଟଙ୍କା ଦେଇନାହିଁ। ବଳକା ଚାଉଳ ନକିଣିଲେ ୧୦ ହଜାର କୋଟି ଟଙ୍କାର ବୋଝ ପଡିବ।

ଏମଏସପି ଲାଗୁ ସହ ସ୍ୱାମୀନାଥନ କମିଟି ରିପୋର୍ଟକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ସରକାର। ଧାନର ଏମଏସପି ୨୯୩୦ ଟଙ୍କା କରିଥିଲୁ। ତାହାକୁ ଲାଗୁ ନକରି କେନ୍ଦ୍ର କୁମ୍ଭୀର କାନ୍ଦଣା କାନ୍ଦୁଛି। କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ୍ୟ। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟବସ୍ଥା ଦେଖି ବିଜେପି ବିଚଳିତ। ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛନ୍ତି ରୋହିତ ପୂଜାରୀ।

Comments are closed.