Odisha Link
Bridging the Missing Links in Odisha

ଆଜି ସନ୍ଧ୍ୟା ଯାଏ ମହଲତ ଦେଲା କଂଗ୍ରେସ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ ଆଜି ସନ୍ଧ୍ୟା ସୁଦ୍ଧା ମହଲତ ଦିଆଯାଇଛି। ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏପରିକି ଦଳ ପକ୍ଷରୁ ଉଭୟ ବିଜେପି ଓ ବିଜେଡି ସଭାପତିଙ୍କ ଗାଡ଼ି ଅଟକାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ କଂଗ୍ରେସ ନେତା ସୁର ରାଉତରାୟ ଓ ବିଶ୍ୱଜିତ ଦାଶ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଡିଜିପିଙ୍କ ଉଦ୍ଦେଶ୍ୟରେ ଡିସିପିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।

ଅନ୍ୟ ପକ୍ଷରେ ନିରଞ୍ଜନ, ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ନେଇ ଟୁଇଟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୋ ଗାଡ଼ିକୁ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ପିଟିଥିଲେ। ଏନେଇ ଥାନାରେ ଏତଲା ହୋଇଛି। ତେବେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ ବୋଲି ଜାଣି ମୁଁ ଚକିତ।

ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ। ବିଜେପି ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ ଘଟିଛି। କାହିଁକି ବିଜେପି ଏମିତି କାପୁରୁଷୋଚିତ ଆଚରଣ କରୁଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଯଦି ମୋ ସହ ଏଭଳି ହେଲା ତେବେ ଆମ ମା’ ଓ ଝିଅମାନେ କେତେ ସୁରକ୍ଷିତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

Comments are closed.