Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ

ଚୌଦ୍ବାର : ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ମୃତ। ଏହି ଅଭାବନୀୟ ଘଟଣାଟି କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ଛକ ନିକଟରେ ଘଟିଛି। ମୃତ ହେଉଛନ୍ତି ଦେବସ୍ମିତା ସାହୁ । ତାଙ୍କ ଘର ଟିକରା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, କଲେଜ ଛାତ୍ରୀ ଜଣଙ୍କ ଜଗତପୁର କଲେଜରୁ ଏନସିସି କ୍ଲାସ୍ ସାରି ନିଜ ଘରକୁ ଫେରୁଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।  ତେବେ ଗ୍ରାମବାସୀମାନଙ୍କମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରୟାସ ଜାରି ରଖିଛି ।

ଅନ୍ୟପକ୍ଷରେ ଏହି ରାସ୍ତା ଗ୍ରାମାଞ୍ଚଳର ୪୦ଟି ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ବେଆଇନ ବାଲି ଓ ସିମେଣ୍ଟ ଗାଡି ଅବାଧ ଚଳାଚଳ ଯୋଗୁଁ ଏହି ଭଳି ଘଟଣା ଘଟିଛି । ଆଗାମୀ ଦିନରେ ଯଦି ଏଥିପ୍ରତି ପ୍ରଶାସନ ଧ୍ୟାନ ନ ଦିଏ ତେବେ ରାଜରାସ୍ତା ଅବରୋଧ କରିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Comments are closed.