Odisha Link
Bridging the Missing Links in Odisha

ଆସନ୍ତା କାଲି ମହାତ୍ମାଗାନ୍ଧୀ ମାର୍ଗରେ ଚଳା ଚଳ ବନ୍ଦ

ଭୁବନେଶ୍ବର: ଆସନ୍ତା କାଲି ଜାନୁଆରୀ ୨୬। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ। ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ପୁଲିସର ସୂଚନା ମୁତାବକ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ଗାଡି ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯିବା ଆସିବା କରିପାରିବ ନାହିଁ।

କେବଳ ସ୍ୱତନ୍ତ୍ର ଭାବେ ଅନୁମତି ଥିବା ଗାଡିକୁ ଏହି ରାସ୍ତା ଦେଇ ଛଡାଯିବ। ଏହାସହ ଯେଉଁ ଗାଡିଗୁଡିକ ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯାଉଥିବ ସେଗୁଡିକ କେଶରୀ ହଲରୁ ବାମ କଡ ଦେଇ ଯିବେ। ସେହିପର ଏଜି ଛକରୁ ପିଏଜି ଛକ ଆଡେ ଯାଉଥିବା ଗାଡି ଜୟଦେବ ଭବନରୁ ଇଡକଲ୍ ଅଡିଟୋରିୟମ ରାସ୍ତା ଦେଇ ଯିବେ।

୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡି ଗୁଡିକ ଏମଏଲଏ କଲୋନୀ ଦେଇ ଯିବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଏହାବାଦ୍ ଜନପଥରୁ ମହାତ୍ମାଗାନ୍ଧୀ ମାର୍ଗକୁ କୌଣସି ଗାଡିକୁ ଛଡା ଯିବନି।

Comments are closed.