Odisha Link
Bridging the Missing Links in Odisha

ପୁରୁଣା ନୋଟ୍ ଅଚଳ ହେବ ନାହିଁ: ଭାରତୀୟ ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ପୁରୁଣା ୧୦୦,୧୦,୫ ଟଙ୍କିଆ ନୋଟ୍ କୁ ନେଇ ଉଠିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ କହିବା ଅନୁସାରେ, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇ ନାହିଁ। ଗତକାଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ଏପରି ନୋଟର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଥିବା ମଧ୍ୟ କୁହାଯାଇଥିଲା।
କିନ୍ତୁ ଏନେଇ ଆଇବିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ତେଣୁ ପ୍ରଚାରିତ ହେଉଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। କାରଣ ଚର୍ଚ୍ଚା ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ କରିଛି ଆରବିଆଇ।

Comments are closed.