Odisha Link
Bridging the Missing Links in Odisha

୨୮ ତାରିଖରେ ହେବ ଅନୁଭବ ଓ ବର୍ଷାଙ୍କ ମାମଲାର ଶୁଣାଣି

ଭୁବନେଶ୍ୱର : ଓଲିଉଡ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ମାମଲା କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି। ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ। ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

Comments are closed.