Odisha Link
Bridging the Missing Links in Odisha

ଦେବରାଜ ହତ୍ୟା: ୫ ଗିରଫ

ବ୍ରହ୍ମପୁର: ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣା। ପ୍ରେସମିଟ୍‌ରେ ଘଟଣାର ପର୍ଦ୍ଦାଫାସ କଲେ ଦକ୍ଷିଣାଞ୍ଚଳ ଡ଼ିଆଇଜି। ହତ୍ୟା ଘଟଣା ସଂପୃକ୍ତ ୫ ଜଣଙ୍କୁ ଗିରଫ କଲା ପୁଲିସ୍।ସେମାନଙ୍କଠୁ ୬୨ ଟି ଗୁଳି, ୩ ମାଉଜର, ୫ ମାଗାଜିନ୍‌ ଜବତ କଲା ପୁଲିସ।

ଏହି ହତ୍ୟା ଘଟଣାଟି ପୁର୍ବ ଶତୃତାକୁ କେନ୍ଦ୍ର କରି ହୋଇଥିଲା। ଏହାର ମାଷ୍ଟର ମାଇଣ୍ଡ ଅଜୟ ବାରିକ ବୋଲି ପୁଲିସ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିଲା । ଟିମରେ ଛତ୍ରପୁର ଏସଡିପିଓ, ପୁରୁଷୋତ୍ତମପୁର ଏସଡିପିଓଙ୍କ ସମେତ ୪ ଆଇଆଇସି ସାମିଲ ଥିଲେ ।

ସୂଚନା ଅନୁସାରେ, ସେପ୍ଟେମ୍ବରରେ ଅଜୟ ବାରିକଙ୍କୁ ମାଡ଼ ମାରିଥିଲେ ଦେବରାଜ। ମାଡ଼ ଖାଇବା ପରେ ଅଜୟ ବାରିକ ଘର ଛାଡ଼ି ଦେଇଥିଲେ। ବାହାରେ ରହି ଅଜୟ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଦେବରାଜଙ୍କୁ ଗତ ୨୦ ତାରିଖରେ ୫ ସହଯୋଗୀଙ୍କ ସହ ଗୁଳି କରିଥିଲା ଅଜୟ। ଅଜୟକୁ ରିମାଣ୍ଡରେ ନେଇ ଘଟଣାର ଖୋଳତାଡ଼ କରାଯିବ। ଘଟଣାରେ ରାଜନୈତିକ ଶତୃତାକୁ ମନା କଲେ ଡ଼ିଆଇଜି।

Comments are closed.