ରାଜଧାନୀରେ ଆରମ୍ଭ ହେଲା ଡିଜିଟାଲ୍ ଡୋର୍ ନମ୍ବରିଂ
ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ଡିଜିଟାଲ୍ ଡୋର୍ ନମ୍ବରିଂ। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ। ତେବେ ଲୋକଙ୍କ ଠିକଣାନେଇ ରହିବନି କୌଣସି ଦ୍ବନ୍ଦ । ପ୍ରତି ଘର ପାଇଁ ରହିବ ସ୍ୱତନ୍ତ୍ର ନମ୍ବର। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମ୍ସି। ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍ ଡୋର୍ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି।
ସାଧାରଣତଃ ଘର ଠିକଣା ଲେଖିବା ବେଳେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ, ପ୍ଲଟ୍ ନମ୍ବର ଲେଖିବାକୁ ପଡ଼ିଥାଏ। କିନ୍ତୁ ଏହି ବ୍ୟବସ୍ଥା ହେବା ପରେ କେବଳ ଅଞ୍ଚଳର କୋଡ୍, ଘର ନମ୍ବର ଏହାସହ ଷ୍ଟ୍ରିଟ୍ ନମ୍ବର ଲେଖା ରହିବ। ବିଏମ୍ସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ୍ ବି ରହିବ। ପରୀକ୍ଷାମୂଳକ ଭାବେ ଗତକାଲିଠୁ ସର୍ଭେ ଆରମ୍ଭ ହୋଇଛି। ତେବେ ଏହି ସିଷ୍ଟମ ଲାଗୁ ହେବା ପରେ ରାଜଧାନୀବାସୀ ଆଉ ହୋଲଡିଂ ଟ୍ୟାକ୍ସ, ଟିକସ ଫାଙ୍କି ପାରିବେନି।
Bhubaneswar is set to become more accessible via the newly launched #DigitalDoorNumbering system by BMC. This GIS-based tech shall allot unique Alpha-numeric nos. for all buildings of d city that will allow BMC to determine d exact location of residential & commercial buildings. pic.twitter.com/uaqwXqEirZ
— BMC (@bmcbbsr) February 1, 2021
ପ୍ରକାଶ ଯେ, କିଛି ଦିନ ପୂର୍ବେ ହାଇଦ୍ରାବାଦର ନବଯୁଗ ସ୍ପେସିଆଲ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସହ ବିଏମ୍ସି ୩ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛି। କରୋନା ଯୋଗୁ କାମ ଆରମ୍ଭରେ ବିଳମ୍ବ ହେଲା। ପରୀକ୍ଷାମୂଳକ ଭାବେ ଗତକାଲି ୬,୨୩ ଓ ୩୦ ନମ୍ବର ୱାର୍ଡରେ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ ଆରମ୍ଭ ହୋଇଛି। ଏଥିରେ ୧୦୦ ଯୁବକ ନିୟୋଜିତ ହୋଇଥିବା ବେଳେ ଗତକାଲି ୬୦ରୁ ଅଧିକ ଘରେ ଷ୍ଟିକର ଲଗାଯାଇଛି।
ସେମାନେ ଘର ମାଲିକଙ୍କ ପାଖରୁ ନାଁ, ଫୋନ ନମ୍ବର, ଷ୍ଟ୍ରିଟ ନମ୍ବର, ପିନ୍ କୋର୍ଡ, ଆଧାର ନମ୍ବର ସଂଗ୍ରହ କରୁଛନ୍ତି। ଏହାପରେ ବିଏମ୍ସି ପକ୍ଷରୁ ୧୩ ଟିକିଆ ନମ୍ବର ସେମାନଙ୍କୁ ଦିଆଯାଉଛି। ପ୍ରତି ୱାର୍ଡ ପାଇଁ ସ୍ୱତନ୍ତ୍ର ନମ୍ବର ରହିଛି। ଗୁଗଲ ସହ ଏହି ନମ୍ବରକୁ ଲିଙ୍କ କରାଯିବ।
ଏହା ଆଧାର କାର୍ଡ ଭଳି କାମ କରିବ। ଆଉ ଠିକଣା ଖୋଜିବାକୁ ପିନ୍ କୋଡ, ପୋଷ୍ଟ ଅଫିସ ନାମ ଦରକାର ନାହିଁ। ଗୁଗଲରେ ଲୋକଙ୍କ ନାମ ସର୍ଚ୍ଚ କଲେ, କେବଳ ଷ୍ଟ୍ରିଟ ବା ଲେନ୍ ନମ୍ବର ଦେଲେ ଘର ଠିକଣା ମିଳିଯିବ।
Comments are closed.