Odisha Link
Bridging the Missing Links in Odisha

ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ବ , NASAର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭବ୍ୟା ଲାଲ

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ବଢ଼ୁଛି ଭାରତୀୟ ବଂଶୋଦ୍ଭବଙ୍କ ଦବଦବା। ଏବେ ଭାରତୀୟ-ଆମେରିକୀୟ ଭବ୍ୟା ଲାଲ NASAର କାମଚଳା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ତାଙ୍କୁ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରିଛି। ଏହା ପୂର୍ବରୁ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ NASAର ରିସର୍ଚ୍ଚ ଷ୍ଟାଫ୍‌ ଥିଲେ ଭବ୍ୟା ଲାଲ।

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ନାସାର ପରିବର୍ତ୍ତନ ଉପରେ ଗଠନ ହୋଇଥିବା ସମୀକ୍ଷା ଦଳର ଜଣେ ସଦସ୍ୟ ଅଟନ୍ତି ଭବ୍ୟା ଲାଲ। ସେ ଆହୁରି ବାଇଡେନ ପ୍ରଶାସନ ଅଧୀନରେ ଥିବା ଏଜେନ୍ସିର ପରିବର୍ତ୍ତନକୁ ତଦାରଖ କରୁଛନ୍ତି।

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ବିବୃତ୍ତିରେ କହିଛି ଯେ ଲାଲଙ୍କର ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତା ରହିଛି। ଲାଲା ସ୍ପେସ୍ ଟେକ୍ନୋଲୋଜି ଏବଂ ପଲିସି ସମ୍ପ୍ରଦାୟର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି।

Comments are closed.