Odisha Link
Bridging the Missing Links in Odisha

ସାଉଦି ଆରବକୁ ଭାରତର ବିମାନ ମନା

ନୂଆଦିଲ୍ଲୀ: ଭାରତ ଓ ଆମେରିକା ସମେତ ୨୦ଟି ରାଷ୍ଟ୍ର ସହ ବିମାନ ସମ୍ପର୍କଚ୍ଛିନ୍ନ କଲା ସାଉଦି ଆରବ। କରୋନା କାୟା ବିସ୍ତାର କରୁଥିବାରୁ ସାଉଦି ଆରବ ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦ ଦେଶ ମଧ୍ୟରେ ଭାରତ ଓ ଆମେରିକା ବ୍ୟତୀତ ପାକିସ୍ତାନ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲ, ଫ୍ରାନ୍ସ, ସ୍ୱଡେନ, ଜର୍ମାନୀ, ଆୟର୍ଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଓ ଜାପାନ ମଧ୍ୟ ରହିଛନ୍ତି।

ଏହି ସବୁ ଦେଶ ଗୁଡ଼ିକରୁ ଆଜି ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ବିମାନ ସାଉଦିରେ ପ୍ରବେଶ କରିପାରିବ ନାହିଁ। ଦେଶରୁ ଯାତ୍ରୀମାନଙ୍କ ପାଇଁ ବିମାନ ସେବା ବନ୍ଦ କରାଯାଇଥିଲେ ହେଁ କୂଟନୀତିଜ୍ଞ, ସାଉଦି ନାଗରିକ, ସ୍ୱାସ୍ଥ୍ୟକର୍ମୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ନିୟମ ଲାଗୁ ହେବନାହିଁ। ସେମାନେ ଅନାୟଶରେ ସାଉଦି ଆରବକୁ ଯାଇ ପାରିବେ।

ବର୍ତ୍ତମାନ ସୁଦ୍ଧା ସାଉଦିରେ ୩,୬୮,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬,୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାର ଦୈନିକ ସଂକ୍ରମଣ ଜୁନ୍‌ରେ ୫ ହଜାର ଥିବା ବେଳେ ଜାନୁଆରୀ ବେଳକୁ ଏହା ୧୦୦କୁ ଖସି ଆସିଥିଲା।ଅନ୍ୟପକ୍ଷରେ ସାଉଦି ସରକାର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏବେ ଦେଶବାସୀଙ୍କୁ ଫାଇଜର-ବାୟୋନଟେକ୍‌ ପ୍ରସ୍ତୁତ କରୋନା ଟିକାର ଡୋଜ୍‌ ଦିଆଯାଉଛି।

Comments are closed.